ବୃଦ୍ଧି ପାଉଛି ‘ଯୋଗ’ର ଲୋକପ୍ରିୟତା

ମଧୁମେହ, ହୃଦଘାତ, ବଦହଜମି, ମୂତ୍ରାଶୟ ପଥୁରି ଭଳି ବହୁ ଜଟିଳ ରୋଗରୁ ତ୍ରାହି ପାଇବା ପାଇଁ ଲୋକମାନେ ମାସକୁ ହଜାର ହଜାର ଟଙ୍କାର ଔଷଧ ସେବନ କରୁଛନ୍ତି । ମାତ୍ର ଯାବତୀୟ ଜଟିଳ ରୋଗକୁ ଦୂର କରିବାର ଏକମାତ୍ର ସହଜ ସରଳ ବାଟ ହେଉଛି ‘ଯୋଗ’; ୨୦୧୫ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବା ପରଠାରୁ ଭାରତରେ ପ୍ରାୟ ସବୁ ବର୍ଗର ଲୋକଙ୍କ ମନରେ ଯୋଗ ପ୍ରତି ଦୁର୍ବଳତା ବୃଦ୍ଧି ପାଉଛି ।

‘ଯୋଗ’ ଆଉ ଧନୀଲୋକଙ୍କ ଭିତରେ ସୀମିତ ହୋଇ ରହିନି । ଓଡ଼ିଶା ସରକାର ରାହାଗିରି ଜରିଆରେ ‘ଯୋଗ’କୁ ଜନାଦୃତ କରିଛନ୍ତି । ଭାରତ ସରକାର ବହୁ ଆଡ଼ମ୍ବର ସହକାରେ ଯୋଗ ଦିବସ ପାଳନ କରି ଆସୁଛନ୍ତି ।