୨୦୧୪ ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ପରିଷଦରେ ଯୋଗଦାନ କରି ଅଭିଭାଷଣ ଛଳରେ ପ୍ରତିବର୍ଷ ଜୁନ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୋଦୀଙ୍କ ମତରେ ସାରାବିଶ୍ୱକୁ ଭାରତର ମୂଲ୍ୟବାନ ଉପହାର ହେଉଛି ‘ଯୋଗ’ ।
ଜୁନ ୨୧ ତାରିଖଟିକୁ ବାଛିବା ପଛରେ ମୋଦୀଙ୍କ ଯୁକ୍ତି ହେଉଛି ସେହିଦିନ ପୃଥିବୀ ପୃଷ୍ଠରେ ଦିନ ଅବଧି ସର୍ବାଧିକ ରହୁଥିବାରୁ ବହୁ ରାଷ୍ଟ୍ର ଉପରେ ତା’ର ପ୍ରଭାବ ପଡ଼ିଥାଏ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ମିଳିତ ଜାତିସଂଘ ସାଦରେ ଗ୍ରହଣ କରିନେଲା । ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ମିଳିତ ଜାତିସଂଘ ପକ୍ଷରୁ ଜୁନ୍ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବାକୁ ଘୋଷଣା କରାଗଲା ।