ବାଂଲାଦେଶକୁ ହରାଇଲା ଅଷ୍ଟ୍ରେଲିଆ

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୦ ରନ୍ କରିଥିଲା । ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ । ପ୍ୟାଟ୍ କମିନ୍ସ ୧୮ତମ ଓଭରର ଶେଷ ଦୁଇ ବଲ୍ ରେ ମହମୁଦୁଲ୍ଲା ଓ ମେହେଦି ହାସନଙ୍କୁ ଆଉଟ୍ କରିଥିଲେ । ୨୦ତମ ଓଭରର ପ୍ରଥମ ବଲ୍ ରେ ତୌହିଦ୍ ହୃଦୟଙ୍କୁ ଆଉଟ୍ କରି ସେ ଟି-୨୦ ବିଶ୍ବକପ୍ ରେ ହ୍ୟାଟ୍ରିକ୍ ୱିକେଟ୍ ନେବାରେ ସପ୍ତମ ଖେଳାଳି ହୋଇଛନ୍ତି ।