ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ଜୁନ୍ ୧ରୁ ଆଜିସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଭାବେ ୮୩.୬ ମିଲିମିଟର ବର୍ଷା ହେବା କଥା । ମାତ୍ର ସେହି ଅନୁଯାୟୀ ବର୍ଷା ହୋଇନାହିଁ । ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏବଂ ୨୬ରୁ ୨୮ ତିନି ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସାରା ରାଜ୍ୟରେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୨୪ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ କରାଯାଇଛି ।