ରାଜଧାନୀରେ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା । ରେଳ ଧାରଣାକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବୁଧବାର ସନ୍ଧ୍ୟାରେ ରାଜଧାନୀର ବାପୁଜୀ ନଗର ଅଞ୍ଚଳରେ ସଂପୃକ୍ତ ସାମ୍ବାଦିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା। ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ମଧୁସ୍ମିତା ଭୁବନେଶ୍ୱର ବାପୁଜୀନଗର ଅଂଚଳରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ସ୍ୱାମୀ ବାହାରେ ରହୁଥିବା ଜଣାପଡିଛି। ତେବେ ଦାମ୍ପତ୍ୟ କଳିରୁ ସେ ଜୀବନ ହାରିଥିବା କୁହାଯାଉଛି।

ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଜାରି କରି ଜୀବନ ହାରିଲେ ମହିଳା ସାମ୍ବାଦିକା। ସ୍ବାମୀଙ୍କୁ ଦାୟୀ କରି ପ୍ରଥମେ ଭିଡିଓ ପୋଷ୍ଟ କଲେ ପରେ ଟ୍ରେନ ଲାଇନରେ ଜୀବନ ହାରିଲେ। ମୃତ ସାମ୍ବାଦିକା ହେଉଛନ୍ତି ମଧୁସ୍ମିତା ପରିଡ଼ା। ଗତ କିଛି ମାସ ତଳେ ଶ୍ରୀଧର କୁମାର ଜେନାଙ୍କୁ ପ୍ରେମ ବିବାହ କରିଥିଲେ ମଧୁସ୍ମିତା। ଭିଡିଓ ଜାରି କରି ନିଜ ବୈବାହିକ ଜୀବନ ସମ୍ପର୍କରେ କହିଥିଲେ। ଏଥିରେ ସେ ସ୍ଵାମୀଙ୍କ ଅନ୍ୟ ଜଣେ ଯୁବତୀ ସହ ସମ୍ପର୍କ କଥା କହିଛନ୍ତି। ସ୍ବାମୀ ବିବାହ ପରେ ଅନ୍ୟ କାହା ସହ ସମ୍ପର୍କରେ ଥିବା ସେ ଜାଣିବାକୁ ପାଇଥିଲେ ବୋଲି ଭିଡ଼ିଓରେ କହିଛନ୍ତି। ସେ ବହୁ ଚେଷ୍ଟା ପରେ ମଧ୍ୟ ବିଫଳ ହୋଇଛନ୍ତି ବୋଲି ମଧ୍ୟ ଭିଡ଼ିଓରେ କହୁଥିବା ଦେଖିବାକୁ ମିଳିଛି। ଥରେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ମୃତ୍ୟୁ ପୂର୍ବରୁ କଣ କହିଥିଲେ ମୃତ ସାମ୍ବାଦିକା।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ମଧୁ ଜୀବନ ହାରିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଲିଙ୍ଗରାଜ ରେଳ ଷ୍ଟେସନ ନିକଟ କେଦାର ପଲ୍ଲୀ ବସ୍ତି ପାର୍ଶ୍ଵ ଟ୍ରେନ ଟ୍ରାକ ନିକଟରୁ ଜି ଆର ପି ପୋଲିସ ସାମ୍ବାଦିକାଙ୍କ ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି।