ପୂର୍ବତନ ସାଂସଦ ଥିିରୁ ମାଷ୍ଟର ମାଥନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସମାଜ ଓ ଦଳିତ ବର୍ଗଙ୍କ ସେବା ଦିଗରେ ତାଙ୍କ ପ୍ରଚେଷ୍ଟା ପାଇଁ ଥିରୁ ମାଷ୍ଟର ମାଥନ ସବୁଦିନ ପାଇଁ ମନେ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନ ଜୀ ପରଲୋକରେ ଦୁଖିଃତ । ଦଳିତଙ୍କ କାମ ଏବଂ ସମାଜର ସେବା ପାଇଁ ସେ ସବୁଦିନ ପାଇଁ ମନେ ରହିବେ । ତାମିଲନାଡ଼ୁରେ ଆମ ଦଳର ସ୍ଥିତିକୁ ସୁଦୃଢ଼ କରିବାରେ ସେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ମୋର ସମବେଦନା । ଓମ୍ ଶାନ୍ତି ।”