ଭିନେଶ ଫୋଗଟଙ୍କ ପଦକ ଶୁଣାଣି

କାସ୍’ରେ ଭିନେଶ ଫୋଗଟଙ୍କ ଆବେଦନ ଖାରଜ ହୋଇଛି । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଭିନେଶ ଆବେଦନ କରିଥିଲେ । ଅଲିମ୍ପିକ୍ସରେ ପଦକ ଜିତିବା ଆଶାରେ ଥିବା ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ଜୋରଦାର ଝଟକା । ଅପେକ୍ଷାର ଫଳ ମିଠା ବଦଳରେ ଭିନେଶଙ୍କ ପାଇଁ ତିକ୍ତ ହୋଇଛି ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାସ ରାୟର ଅପରେଟିଭ ଅଂଶ ପ୍ରକାଶ ପାଇଛି ।