ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବୟସ ବଢିବା ସହ ଏହାର ପ୍ରଭାବ ତ୍ୱଚା, ଚର୍ମ, ବେକ ସହ ଶରୀରର ବିଭିନ୍ନ ଅଙ୍ଗରେ ଦେଖାଯାଇଥାଏ। ବୟସ ସହ ଧିରେ ଧିରେ ତ୍ୱଚା ଖରାପ ହେବାକୁ ଲାଗି ଥାଏ। ମୁହଁରେ କୁଞ୍ଚନ ସହ ତ୍ୱଚା ଜନିତ ଅନେକ ସମସ୍ୟା ନଜର ଆସିଥାଏ। ବିଶେଷ କରି ନିଜର ଜୀବନଶୈଳୀ ପ୍ରତି ସଠିକ୍ ଧ୍ୟାନ ନ ଦେବା ଦ୍ୱାରା, ଖରାର ପ୍ରଭାବ, ପ୍ରଦୂଷଣ, ସୂର୍ଯ୍ୟର ଅତି ବାଇଗଣୀ ରଶ୍ମିର ପ୍ରଭାବରେ ତ୍ୱଚା ଉପରେ କୁପ୍ରଭାବ ପଡିଥାଏ।

ଶରୀର ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, କ୍ୟାଲସିୟମ, ମିନେରଲ୍ସ, ଫାଇବର ଥିବା ଖାଦ୍ୟର ଭରପୁର ସେବନ କରିବା ଉଚିତ୍। ତ୍ୱଚାକୁ ଯୁବା ଓ ସୁନ୍ଦର ରଖିବା ପାଇଁ ନିୟମିତ ଫଳର ସେବନ କରନ୍ତୁ। ଫଳରେ ଥିବା ଭିଟାମିନ୍ ଓ ମିନେରାଲ୍ସ ତ୍ୱଚାକୁ ପୋଷକ ତତ୍ତ୍ୱ ଯୋଗାଇଥାଏ।