ମାଲକାନଗିରିରେ ଘ​‌ରୋଇ ବସ୍ ଚଳାଚଳ ବନ୍ଦ

ମାଲକାନଗିରି ଜିଲ୍ଲାରେ ଗଡୁନି ଘରୋଇ ବସ୍ । ଲକ୍ଷ୍ମୀ ବସ୍‌ ସେବାକୁ ବିରୋଧ କରି ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଜିଲ୍ଲାରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ଯୋଗୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଜିଲ୍ଲାରେ ଚାଲୁଥିବା ଟାୟାର ୨ ଲକ୍ଷ୍ମୀ ବସ୍ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ।