ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି । ବିଶ୍ବ ବିନ୍ଧାଣୀଙ୍କ ଆବାହନ ପାଇଁ ଗାଁ ଠୁ ସହର ସବୁ ଚଳଚଞ୍ଚଳ। ଶିଳ୍ପାନୁଷ୍ଠାନ ଗୁଡିକରୁ ଆରମ୍ଭ କରି ବଡ ବଡ଼ କାର୍ଯ୍ୟାଳୟରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି ।