୨୦୨୪’ ଅଧୀନରେ ବୟନ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ସଫେଇ ଏବଂ ସ୍ୱଚ୍ଛତା ଅଭିଯାନ

ବୟନ ମନ୍ତ୍ରଣାଳୟ ଏହାର ବିଭିନ୍ନ ଅଧସ୍ତନ କର୍ମଚାରୀ, ସ୍ୱୟଂଶାସିତ ସଂସ୍ଥା ମାଧ୍ୟମରେ ‘ସ୍ୱଚ୍ଛତା ହିଁ ସେବା ୨୦୨୪’ ପାଳନ କରୁଛି । ଏହାର ବିଷୟବସ୍ତୁ ରହିଛି ‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଓ ସବୁଜ ଭାରତ ଲକ୍ଷ୍ୟରେ ପ୍ରୋତ୍ସାହିତ ହୋଇ ଦେଶବ୍ୟାପୀ ଚାଲିଥିବା ସ୍ୱଚ୍ଛତା ଅଭିଯାନ ଅଧୀନରେ ଏହା ଏକ ପଦକ୍ଷେପ ।

ଭାରତୀୟ ଝୋଟ ନିଗମ

ଭାରତୀୟ ଝୋଟ ନିଗମ (ଜେସିଆଇ)ର ନଗାଓଁସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନଗାଓଁ ମହାନଗର ନିଗମରେ ସଫେଇ ମିତ୍ରଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଦୈନିକ ଜୀବନରେ ସ୍ୱଚ୍ଛତାକୁ ବଜାୟ ରଖିବା ଲାଗି ସଫେଇ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ କଠନ ପରିଶ୍ରମର କୃତଜ୍ଞତା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ।

ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକୀ ସଂସ୍ଥାନ (ଏନଆଇଏଫଟି)

ସଫେଇ ଓ ସ୍ୱଚ୍ଛତା ବାବଦରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏନଆଇଫଏଟି କ୍ୟାମ୍ପସ୍‌ରେ ଷ୍ଟ୍ରିଟ ପ୍ଲେ, ନୁକ୍କଡ ନାଟକ ଏବଂ ରିଲ୍ ତିଆରି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ ବିଷୟବସ୍ତୁ ଆଧାରରେ ଏନଆଇଏଫଟି ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଉତ୍ସାହ ଓ ଫୁର୍ତ୍ତିର ସହ ରଚନାତ୍ମକ ଓ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ସ୍ୱଚ୍ଛ ଓ ସବୁଜ ଭାରତ ଦିଗରେ ଏହା ଉଭୟ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ପ୍ରୋତ୍ସାହିତ କରିଥିଲା ।

ବୟନ ମନ୍ତ୍ରଣାଳୟ ମୁଖ୍ୟାଳୟ

ବୟନ ମନ୍ତ୍ରଣାଳୟ ମୁଖ୍ୟାଳୟରେ ‘ସଫେଇ ମିତ୍ର-ସୁରକ୍ଷାଶିବିର’ ବିଷୟବସ୍ତୁ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବ୍ୟକ୍ତିଗତ ସ୍ୱଚ୍ଛତା ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ସଫେଇ କର୍ମଚାରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ସେମାନେ କାର୍ଯ୍ୟକ୍ଷେତ୍ର ଓ ସାଧାରଣ ସ୍ଥାନ ଗୁଡ଼ିକୁ ସଫଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ବୟନ କମିଟି

ବୟନ କମିଟି ପକ୍ଷରୁ ଏକ ସାଇବର ସ୍ୱଚ୍ଛତା ଅଭିଯାନ ଏହାର ମୁଖ୍ୟାଳୟ ଏବଂ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କରାଯାଇଛି । ଏହି ଅଭିଯାନରେ ଆଣ୍ଟି ଭାଇରସ ସଫ୍ଟୱେର ଇନଷ୍ଟଲ କରାଯିବା ସହ କର୍ମଚାରୀମାନଙ୍କୁ ସାଇବର ସ୍ୱଚ୍ଛତା ବାବଦରେ ସଚେତନ କରିବାକୁ କର୍ମଶାଳା ଆୟୋଜନ କରାଯାଇଛି । କାର୍ଯ୍ୟକ୍ଷେତର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣକୁ ଅନୁଧ୍ୟାନ କରିବାକୁ ଅଫିସରମାନେ ବିଭିନ୍ନ ଡିଭିଜନ ଓ ସେକ୍ସନ ଗସ୍ତ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଅଫିସ ସ୍ପେସ ମ୍ୟାନେଜମେଣ୍ଟ ଓ ଉତ୍ତମ ସାଇବର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇପାରିଛି ।