ବାଂଲାଦେଶକୁ ୧୩୩ ରନରେ ହରାଇଲା ଭାରତ

ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ଉପରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଶେଷ ମ୍ୟାଚକୁ ବିଶାଳ ୧୩୩ ରନରେ ଜିତି ବାଂଲାଦେଶ ବିପକ୍ଷ ସିରିଜକୁ ୩-୦ରେ କବଜା କରିଛି ଭାରତୀୟ ଟିମ। ସଞ୍ଜୁ ସାମସନଙ୍କ ବସ୍ଫୋରକ ଶତକ(୪୭ ବଲରେ ୧୧୧) ଓ ସୂର୍ଯ୍ୟ କୁମାର ଯାଦବଙ୍କ ୩୫ ବଲରେ ୭୫ ରନ ବଳରେ ଟିମ ଇଣ୍ଡିଆ ୬ ୱିକେଟ ହରାଇ ବିଶାଳ ୨୯୭ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ଟିମ ୭ ୱିକେଟ ହରାଇ ମାତ୍ର ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ଏହି ମ୍ୟାଚ୍‌କୁ ୧୩୩ ରନରେ ଜିତିବା ସହ ବାଂଲାଦେଶ ବିପକ୍ଷରେ ଅପରାଜେୟ ଧାରା ବଜାୟୀ ରଖିଛି।