କେଶ ଝଡୁଥିଲେ ଆପଣାନ୍ତୁ ଏହି ଟିପ୍ସ

କେଶ ସୁନ୍ଦରତାର ଏକ ପରିଚୟ। ଏହା ଦ୍ୱାରା କେଶ ଦୁର୍ବଳ ହୋଇଯାଏ ଓ ଝଡେ। ତେଣୁ କେଶକୁ ମଜବୁତ କରିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସୁସ୍ଥକର ଖାଦ୍ୟ ଖାଇବା। ଖାଦ୍ୟରେ ସବୁଜ ପନିପରିବା ସହ ଲୌହଯୁକ୍ତ ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ। ଏହା ବ୍ୟତୀତ ଭିଟାମିନ୍-ସି ସମୃଦ୍ଧ ଖାଦ୍ୟ ଯେପରିକି କିୱି, କମଳା, ବ୍ଲାକବେରୀ ଇତ୍ୟାଦି ସେବନ କରନ୍ତୁ। ଏହା କେଶକୁ ସିଲ୍କ ଏବଂ ଷ୍ଟ୍ରଙ୍ଗ କରିଥାଏ। ଦୈନନ୍ଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ଅନ୍ତର୍ଭୁକ୍ତ କରନ୍ତୁ। ଡାଲି, ଅଣ୍ଡା ଏବଂ ମାଛ ପରି ପ୍ରୋଟିନ୍ ଜାତୀୟ ଖାଦ୍ୟ ମଧ୍ୟ କେଶ ଉପକାରୀ। ପର୍ଯ୍ୟାପ୍ତ ନିଦ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ମେଡିସିନ୍। ଶରୀର ଆବଶ୍ୟକ କରୁଥିବା ଶୋଇବା ଫଳରେ ଅନେକ ରୋଗ ଦୂର ହୋଇଯାଏ।