କାଗଜ କଳ ପକ୍ଷରୁ ରାବଣ ପୋଡି ଉତ୍ସବ

ରାୟଗଡା: ସମଗ୍ର ରାୟଗଡା ଜ଼ିଲ୍ଲାର ବିଭିନ୍ନ ସ୍ଥାନ ରେ ବିଜୟା ଦଶମୀ ମହୋତ୍ସବ ଆଡମ୍ବର ସହକାରେ ଅତି ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇଯାଇଛି l ଏହି ଅବସରରେ ଜେକେ କାଗଜ କଳ ପକ୍ଷରୁ ଆୟୋଜିତ ଦଶହରା ପୂଜା କାର୍ଯ୍ୟକ୍ରମରେ ମାଆ ଦେବୀଙ୍କର ମୃଣ୍ମୟ ମୂର୍ତ୍ତି ପୂଜନ ସହ ଆକର୍ଷଣୀୟ ତୋରଣ ସାଂଗକୁ ଆଲୋକ ସଜ୍ଜା ସମସ୍ତଙ୍କ ମନ ମୋହିଥିଲା । ଚାନ୍ଦିଲି ଥାନା ଆନ୍ତର୍ଗତ କାଗକକର ଟ୍ରକ ରହଣି ପଡିଆ ଠାରେ ପବିତ୍ର ବିଜୟା ଦଶମୀ ତିଥିରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଭଗବାନ ଶ୍ରୀରାମ ଲଙ୍କପତି ଦଶାନନ ରାବଣ କୁ ବଧ କରି ଧରା ପୃଷ୍ଠ ରୁ ପାପ ର ଭାର ହ୍ରାସ କରିଥିଲେ l

ଏଥିପାଇଁ ଆଜିର ଦିନରେ ପାପ, ଅଂହକାର, ଅସତ୍ୟ ର ପ୍ରତୀକ ସ୍ୱରୂପ ଦୁଷ୍ଟ ଶକ୍ତି ରାବଣ ର ଦହନ କରାଯାଇଥିଲା। ଜେକେପୁର ଠାରେ ଆୟୋଜିତ ରାବଣ ପୋଡି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ପୋଲିସ ଏସ ପି ସ୍ଵାଥୀ ଏସ କୁମାର ଯୋଗ ଦେଇ ଥିବାବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତ ଗିରି ଉଲାକା , ରାୟଗଡା ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ, ଜ଼ିଲ୍ଲା ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ l ପୂଜକଙ୍କ ମନ୍ତ୍ର ପାଠ ପରେ ଏସ ପି ଓ ସାଂସଦ ନଡ଼ିଆ ଭାଙ୍ଗି ଉତ୍ସବର ଶୁଭାରମ୍ଭ କରିଥିଲେ l ପରେ ପରେ ଏସ ପି ସ୍ଵାଥୀ ଏସ କୁମାର ବାଣ ସଂଯୋଗ କରି ରାବଣ କୁ ଦହନ କରିଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ଓ ପଡୋଶୀ ଆନ୍ଧ୍ରର ହଜାର ହଜାର ଦର୍ଶକ ଭାଗ ନେଇଥିଲେ l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଥିଲା l ରାୟଗଡା ଏସ ଡି ପି ଓ ରଶ୍ମି ରଂଜନ ସେନାପତି, ରାୟଗଡା, ଚାନ୍ଦିଲି ଓ ଶେଷଖାଲ ଥାନା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା l ପୂଜା କମିଟି ଅଧକ୍ଷ ବିନୟ ଦ୍ବିବେଦୀ, ଉପାଧ୍ୟକ୍ଷ ବିଶ୍ୱଜିତ ଦ୍ବିବେଦୀ, ସମ୍ପାଦକ ସୁଦିପ ପାଣ୍ଡେ,, ଯୁଗ୍ମ ସମ୍ପାଦକ ଏସ କେ ସାମନ୍ତ ରାୟ, ମିଳନ ଲେଙ୍କା , ହରିହର ଖମାରୀ ଆଜିର ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବେ ଆୟୋଜନ କରିଥିଲେ l ରଙ୍ଗ ବେରଙ୍ଗର ଅତସବାଦି ପ୍ରଦର୍ଶନ ଲୋକଙ୍କର ମନ ମୋହିଥିଲା । ଜେକେପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ନାଟ୍ୟ କଳା ପରିଷଦ ପକ୍ଷରୁ ନାଟ୍ୟକାର ଲକ୍ଷ୍ମୀ ନାରାୟଣ ଦଳପତିରାୟଙ୍କ ନିର୍ଦ୍ଦେଶିତ ଅପେରା ପରିବେଷଣ କରାଯାଇଥିଲା ।