ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ସାରା ଓଡ଼ିଶାରେ ଆଗାମୀ ବାତ୍ୟା ‘ଦାନା’କୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି । ବାତ୍ୟା ‘ଦାନା’ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ଵୀପ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଗତିପଥରୁ ସ୍ପଷ୍ଟ ହେଉଛି। ସୋମବାର ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି। ମଙ୍ଗଳବାର ଏହା ଅବପାତରେ ପରିଣତ ହେବ । ୨୩ ତାରିଖରେ ଅବପାତଟି ବାତ୍ୟାରେ ପରିଣତ ହେବ । ୨୪ ତାରିଖ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ।