ପ୍ରଥମ ଦ୍ରୁତ ବୋଲର ଭାବେ ଆଣ୍ଡରସନଙ୍କ ବିରଳ ରେକର୍ଡ଼

ସାଉଥାମ୍ପଟନ୍: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ବିରଳ କିର୍ତ୍ତିମାନ ରଚିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ଅନ୍ତିମ ଦିନରେ ସେ ନିଜର ୬୦୦ ଟେଷ୍ଟ ୱିକେଟ୍ ପୂରଣ କରିଛନ୍ତି। ଏଭଳି ମାଇଲଖୁଣ୍ଟ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର।

James Anderson confident England can whitewash Sri Lanka in ...

୩୮ ବର୍ଷୀୟ ଆଣ୍ଡରସନ ୬୦୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ଚତୁର୍ଥ ଖେଳାଳି ହୋଇଛନ୍ତି। ତାଙ୍କ ଉପରେ ରହିଛନ୍ତି ମୁଥୟା ମୁରଲୀଥରନ (୮୦୦), ସେନ୍ ୱର୍ଣ୍ଣ (୭୦୮) ଏବଂ ଅନିଲ୍ କୁମ୍ବଲେ (୬୧୯)। ତେବେ ଉପରୋକ୍ତ ତିନିହେଁ ସ୍ପିନର ହୋଇଥିବା ବେଳେ ଆଣ୍ଡରସନ ଏହି ତାଲିକାରେ ନାଁ ଯୋଡ଼ିଥିବା ବିଶ୍ୱର ପ୍ରଥମ ଦ୍ରୁତ ବୋଲର।

୨୦୦୩ରେ ଲର୍ଡ୍ସ ଠାରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ଆଣ୍ଡରସନ। ୧୭ ବର୍ଷର କ୍ୟାରିଅର ମଧ୍ୟରେ ୬୦୦ ୱିକେଟ୍ ନେବାପାଇଁ ତାଙ୍କୁ ୩୩,୭୧୭ଟି ବଲ୍ ପକାଇବାକୁ ପଡ଼ିଛି। ସର୍ବାଧିକ ୧୧ ଥର ଅଷ୍ଟ୍ରେଲିଆର ପିଟର୍ ସିଡଲ୍ଙ୍କୁ ସେ ଶିକାର ବନେଇଛନ୍ତି। ଏଥିସହ ସଚିନ୍ ତେନ୍ଦୁଲକର, ମାଇକେଲ୍ କ୍ଲାର୍କ, ଡେଭିଡ୍ ୱାର୍ଣ୍ଣର ଓ ଆଝାର ଅଲ୍ଲୀଙ୍କୁ ମଧ୍ୟ ୯ ଥର ଲେଖାଁଏ ଟେଷ୍ଟ ମ୍ୟଚରେ ଆଉଟ କରିଛନ୍ତି। ତାଙ୍କର ୬୦୦ତମ ଶିକାର ହୋଇଛନ୍ତି ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀ।

James Anderson vs Stuart Broad: Statistical comparison

ନିକଟରେ ଇଂଲଣ୍ଡର ଅନ୍ୟତମ କିମ୍ବଦନ୍ତୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ ମଧ୍ୟ ନିକଟରେ ଟେଷ୍ଟ କ୍ରିକେଟରେ ନିଜର ୫୦୦ ୱିକେଟ ମାଇଲଖୁଣ୍ଟ ଛୁଇଁଛନ୍ତି। ଆଣ୍ଡରସନ କିନ୍ତୁ ୨୦୧୭ରେ ଏହା ହାସଲ କରିସାରିଥିଲେ।