କଟକ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ଆୟୋଜିତ

କଟକ: ଓଡ଼ିଶା ଇତିହାସର ଅନନ୍ୟ ମୁକସାକ୍ଷୀ ରାଣୀହାଟ ଉଚ୍ଚ ବିଦ୍ୟାଳୟ ଆଜି ଠାରୁ ଶହେ ବର୍ଷରେ ପଦାର୍ପଣ କରିବା ପରିପ୍ରେକ୍ଷୀରେ ଏହି ବିଦ୍ୟାଳୟକୁ “ଐତିହ୍ୟ ବିଦ୍ୟାଳୟର” ମାନ୍ୟତା ଦିଆ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର୍‌ ଷ୍ଟାଡିଅମ ଠାରେ ଆୟୋଜିତ ରାଣୀହାଟ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଐତିହ୍ୟ ବିଦ୍ୟାଳୟ ଭାବେ ମାନ୍ୟତା ଦୃଷ୍ଟିରୁ ଏହାର ଆନୁଷଙ୍ଗିକ ବିକାଶ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହାର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହୁରି ୨ କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ।