ଗଂଜାମ(ସାକ୍ସୀ ନ୍ୟୁଜ୍): ଆସିକା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୂର୍ଭ ବିଭାଗ ରାସ୍ତାଠାରୁ ମହାରାଜପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହେବାକୁ ଥିବା ରାସ୍ତା ଉନ୍ନତିକରଣ କାର୍ଯ୍ୟକୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଶୁଭାରମ୍ଭକରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୪.୭୭ ଲକ୍ଷ ଟଙ୍କା ବ୍ୟୟରେ ४.४०० କିଲୋମିଟର ରାସ୍ତା ରାସ୍ତାର ଉନ୍ନତି କରଣ କରାଯିବ ।
ଏହି ରାସ୍ତା ନିର୍ମାଣ ହେବା ଫଳ ରେ ଆଖପାଖର ୧୦ରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନେ ଉପକୃତ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବ୍ୟବସାୟ କ୍ଷେତ୍ରରେ ଯାତାୟାତ ଅଧୂକ ସୁଖମ ହେବ ବୋଲି କୁହାଯାଇଛି।ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ନନ୍ଦିନୀ ପାଢ଼ୀ, ପୂର୍ବତନ ସମିତି ସଭ୍ୟ ଭଜରାମ ସ୍ଵାଇଁ,ପୂର୍ବତନ ସରପଞ୍ଚ ତ୍ରିନାଥ ପାତ୍ର, ଟୁନା ଦାସ,ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ,ସଙ୍ଗୀତ ପାଢ଼ୀ, ସମ୍ବିତ ପାଢ଼ୀ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି,ସାଗର କୁମାର ମହାନ୍ତି,ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି,ମଳୟ ସ୍ବାଇଁ, ରାଜେଶ ଦୋରା ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ହନୁ ପାତ୍ର, ଅଗାଡ଼ି ଗୌଡ଼ଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
ବିଧାୟକଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ବିରାଟ ପଟୁଆର ରେ ଭବ୍ୟ ସମ୍ବଦ୍ଧନା କରାଯାଇଥିଲା। ପରେ ଗ୍ରାମରେ ସ୍ଥାନୀୟ ଲୋକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମରୁ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।