ତୃତୀୟ ଦିନିକିଆ: ଟସ୍‌ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଅହମ୍ମଦାବାଦ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ । ଇଂଲଣ୍ଡ ଟସ୍‌ ଜିତିବା ପରେ ବ୍ୟାଟିଂ ନିଷ୍ପତି ନେଇ ମଇଦାନକୁ ଓହ୍ଲାଇଛି ।

ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟ୍ଟଲରଙ୍କ ଟିମ୍‌ ବିଗତ ଦୁଇଟି ଦିନିକିଆରେ ଭାରତ ନିକଟରୁ ପରାସ୍ତ ହୋଇସାରିଛି ।
ସୂଚନା ମୁତାବକ ତିନୋଟି ଦିନିକିଆ ମ୍ୟାଚ୍‌ ସିରିଜକୁ ଭାରତ ୨-୦ ବ୍ୟବଧାନରେ ଜିତି ସାରିଛି ।

ଆଜିର ମ୍ୟାଚ୍‌ ଜିତିଲେ ଭାରତ ସିରିଜ ବିଜୟୀ ହେବ ।
୨୦୨୦ ମସିହାରୁ ମୋଦି ଷ୍ଟାଡ଼ିୟମରେ ମ୍ୟାଚ୍‌ରେ ପଛରେ ବ୍ୟାଟିଂ କରୁଥିବା ଦଳ ଆଜିସୁଦ୍ଧା ୫ ଥର ବିଜୟୀ ହୋଇଛି, ପ୍ରଥମ ଡାଉନ୍‌ରେ ବ୍ୟାଟିଂ କରୁଥିବା ଦଳ ତିନିଥର ବିଜୟୀ ହୋଇଛି ।
ରୋହିତ ଶର୍ମା କହିଛନ୍ତି ଯେ ସେ ଟସ୍‌ ଜିତିଥିଲେ, ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥାନ୍ତେ ।