ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ବାତିଲ-shaksi news

ନୂଆଦିଲ୍ଲୀ: ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି ।ଦେଶରେ କରୋନା ଭାଇରସର ସଂକ୍ରମଣ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କରିଛି କେନ୍ଦ୍ର । ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ବାତିଲ କରାଯାଇଛି ।

ସେପଟେ କିନ୍ତୁ ମାଲବାହୀ ବିମାନ ଉପରେ କଟକଣା ନାହିଁ । ତେବେ ଗତକାଲି ଡିସେମ୍ବର ଗାଇଡଲାଇନ ଜାରି କରିଥିଲା ଗୃହ ମନ୍ତ୍ରାଳୟ । ଏହି ନୂଆ ଗାଇଡଲାଇନରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିଥିଲା ।