୨୦୧୯ ଜାମ୍ମୁ କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣ ରେ ୪୦ crpf ହରାଇଥିବା ନିଜ ଜୀବନ ପାଇଁ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପୁଲବାମା ଆକ୍ରମଣ ଯାହା ଘଟିଥିଲା ଫେବୃଆରୀ ୧୪, ୨୦୧୯ ମସିହାରେ ଏକ ଦୁଖଦ ଘଟଣା ହୋଇ ଚିରଦିନ ପାଇଁ ରହିଯାଇଛି ଲୋକଙ୍କ ମନରେ । ୬ ବର୍ଷ ବ୍ୟତୀତ ହୋଇଗଲେ ମଧ୍ୟ ଏହି ଘଟଣା କୁ ନେଇକି ଏବେ ବି ଲୋକଙ୍କ ମନରେ ଦୁଃଖ ଓ କଷ୍ଟ ଭରି ରହିଛି ଯାହା ଅବିସ୍ମରଣୀୟ ।
ସେହି ଦିନ ଜଣେ ଆତ୍ମହତ୍ୟା ବିସ୍ପୋରଣକାରିର ଲକ୍ଷରେ ଥିଲା crpf କନଭୟ ଯେଉଁଥିରେ ଥିଲେ ୨୫୦୦ ଜୱାନ, ନିଜ ନିୟୋଜନ କ୍ଷେତ୍ରକୁ ଫେରୁଥିବା ବେଳେ ଗୋଟେ ୨୦୦ କେଜି ବିସ୍ଫୋରକ ଥିବା ଯାନ ଆସି ପିଟି ହୋଇଥିଲା ଜୱାନ ଙ୍କ କନଭୟରେ । ଯାହା ଦ୍ୱାରା ଏକ ବଡ ଧାରଣର ଘଟଣା ଘଟିଯାଇଥିଲା ଏବଂ ୩୫ ଜୱାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ୪୦ ଜଣ ଜୱାନ ନିଜ ଜୀବନ ହରାଇଥିଲେ । ଆଜି ସେହି ଦିନକୁ ମନେ ରଖିବା ପାଇଁ black day ବା କଳା ଦିବସ ବୋଲି କୁହାଯାଉଛି ।