ଅଜୀବ ଭିକାରି ଗଣନା

ରାଜ୍ୟକୁ ଭିକାରିମୁକ୍ତ କରିବା ପାଇଁ ସରକାର ଅଭିଯାନ ଆରମ୍ଭ କରିଛନ୍ତି ।

ଯଦି ଓ ଅଭିଯାନ ଆରମ୍ଭ ହୋଇଛି ତାହେଲେ ସଂଖ୍ୟା ଆସୁଛି କେଉଁଠୁ । ଆମ ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି କାହିଁକି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି। କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି। ଏହାସହ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ ରେ ୪୧୭ ଓ ପୁରୀରେ ୩୫୦ ଭିକାରୀ ଅଛନ୍ତି ବୋଲି ତଥ୍ୟ ରଖିଛନ୍ତି ମନ୍ତ୍ରୀ ।
ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ପୁରୀଠାରେ ନୀଳାଦ୍ରି ନିଳୟ , ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି ।ଏହି ସୂଚାନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।