ନିଜେ ମରିବା ପୂର୍ବରୁ ପୁଅ,ପତ୍ନୀ ଓ ଜନ୍ମଦାତ୍ରୀ ମା’ଙ୍କୁ ହତ୍ୟା

କର୍ଣ୍ଣାଟକ: ମୟସୁର ସହରର ଗୋଟିଏ ପରିବାରର ଚାରୋଟି ସଦସ୍ୟ ଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।

ପରିବାର ରେ ରହୁଥିଲେ ଚାରି ଜଣ ସଦସ୍ୟ, ଚେତନ ବୟସ ୪୫, ରୂପାଲି ତାଙ୍କ ସ୍ତ୍ରୀ ୪୩, କୁଶଳ ତାଙ୍କ ପୁଅ ୧୫, ଓ ପ୍ରିୟମ୍ବଦା ତାଙ୍କ ମା’ ୬୨, ।

ପୋଲିସ ଅନୁମାନ କରୁଛି ଚେତନ ନିଜ ଜୀବନ ନବା ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କୁ ବିଷ ଦେଇଛନ୍ତି ବୋଲି । ଚେତନଙ୍କ ପାଖରୁ ଏକ ମୃତ୍ୟୁ ଟିପ୍ପଣୀ ମିଳିଥିଲା ଯାହା କୁ ଆଧାର କରି ପୋଲିସ ସୂଚନା ଦେଇଛି ଯେ ଚେତନଙ୍କ ଆର୍ଥିକ ସଙ୍କଟ ଯୋଗୁ ସେ ନିଜ ଜୀବନ ସମେତ ତାଙ୍କ ପରିବାର ଲୋକଙ୍କ ଜୀବନ ନେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀର ବ୍ୟବଛେଦ ପାଇଁ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛି ।