ଦେଶରେ ୪୩ ହଜାର ୦୮୨ ନୂଆ ଆକ୍ରାନ୍ତ ଚିହ୍ନଟ-shaksi news


ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୦୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି ।ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୧୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୦୯ ହଜାର ୭୮୭ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୪ ଲକ୍ଷ ୫୫ ହଜାର ୫୫୫ ଜଣ ଚିକିତ୍ସିତ ହେଉଥିବା ବେଳେ ୮୭ ଲକ୍ଷ ୧୮ ହଜାର ୫୧୭ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଦିଲ୍ଲୀରେ କୋଭିଡ୍‌-୧୯ ଜନିତ ମୃତ୍ୟୁହାର ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳରେ କରୋନାଭାଇରସ୍‌ ବିସ୍ତାର ରୋକିବା ନିମନ୍ତେ ପଦକ୍ଷେପସ୍ୱରୂପ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି।