ବକ୍ସ ଅଫିସରେ ୫୦୦ କୋଟି ଟଙ୍କାର ବେପାର କରିଛି ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ‘ଚ୍ଛାବା’ । ବେଶ କିଛି ବର୍ଷ ଧରି ବଲିଉଡ୍ରେ ସଂଘର୍ଷ କରି ଚାଲିଥିଲେ ଭିକି । ଭାଗ୍ୟଦେବୀଙ୍କ କରୁଣାରୁ ଯଥା ସମୟରେ ସଂପନ୍ନ ହୋଇଥିଲା ‘ଚ୍ଛାବା’ ଓ ବିନା ବାଧାରେ ମୁକ୍ତିଲାଭ କରିଥିଲା ।
ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ୧୨ ଦିନ ଭିତରେ ରୋଜଗାର କରିଥିଲା ୪୫୦ କୋଟି ଟଙ୍କା । ବିଶ୍ୱସ୍ତରୀୟ ଆୟକୁ ମିଶାଇ ‘ଚ୍ଛାବା’ ଏ ଯାଏ ୪୮୩ କୋଟି ୩୫ ଲକ୍ଷ ଟଙ୍କା ଅର୍ଜନ କରିଛି । ଏବେ ମଧ୍ୟ ପ୍ରତି ହଲ୍ ନିକଟରେ ‘ଚ୍ଛାବା’ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଚଳଚ୍ଚିତ୍ରଟିର ବେପାରକୁ ନେଇ ବହୁତ ଖୁସି ଅଛନ୍ତି ପ୍ରଯୋଜକ ଦିନେଶ ବିଜନ । ଦିନେଶଙ୍କ ପ୍ରଯୋଜନା ସଂସ୍ଥାରୁ ଗତବର୍ଷ ମୁକ୍ତିଲାଭ କରିଥିଲା ‘ସ୍ତ୍ରୀ-୨’ । ସଂପୃକ୍ତ ଚଳଚ୍ଚିତ୍ରଟି ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଥିଲା । ତେବେ ଚ୍ଛାବା’ ଭଳି ଆୟ କରି ନଥିଲା । ଆଗାମୀ ଦିନରେ ଭିକିଙ୍କ ହାତକୁ ଭଲ ବଜେଟର ଚଳଚ୍ଚିତ୍ର ଆସିବାର ସଂକେତ ମିଳୁଛି ।