ଭୁବନେଶ୍ୱର( ଏସ୍ ନ୍ୟୁଜ ): ଆଜିବି ମା ପୁଅଙ୍କ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ । ବିଧାନସଭା ପଛପଟ ଇଡକଲ ରାସ୍ତାରେ ଆତ୍ମାହୁତିର ଉଦ୍ୟମ କରିଥିଲେ ମା ଓ ପୁଅ । କୁଜଙ୍ଗ ଅଞ୍ଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରତ ଦାସ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ୨୦୧୯ ଜୁଲାଇରେ ଅମ୍ରୁତ ଦାସ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ତାଙ୍କ ଭାଇ ଓ ମା’ ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ହତ୍ୟାର ଶିକାର ହୋଇଥିବା ପୁଅ ପାଇଁ ନ୍ୟାୟ ନମିଳିବାରୁ ସେମାନେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି ।

ଅମ୍ରୁତ ଦାସଙ୍କ ମୃତ୍ୟୁ ଘଟଣାରେ ପୁଲିସ ନିକଟରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇ ଥିଲେ ହେଁ ତାହା ଗ୍ରହଣ କରାଯାଇ ନଥିଲା। ପରେ ପରିବାର ଅଦାଲତର ଦ୍ବାରସ୍ଥ ହେବା ପରେ ହତ୍ୟା ମାମଲା ରୁଜୁ .ହୋଇଥିଲା। ମାତ୍ର ପୁଲିସ ଏହାର ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ପରିବାର। ତେବେ ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାର ନ୍ୟାୟ ନପାଇ ସେମାନେ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଆତ୍ମାହୁତି ଉଦ୍ୟମ କରୁଥିବା ଉଭୟଙ୍କୁ ଇନ୍ଦିରା ଗାନ୍ଧୀ ପାର୍କ ନିକଟରୁ ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ ।
ସେହିଭଳି ଗତକାଲି ୩ ଜଣ କୃଷକ ବିଧାନସଭା ସମ୍ମୁଖରେ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।