ଆଠଗଡ଼ ( ଏସ୍ ନ୍ୟୁଜ ): ଆଜି ହେଉଛି ବଡଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ୨୫ବର୍ଷ ପରେ ବାବା ଧବଳେଶ୍ଵରଙ୍କ ଏହି ଦୁର୍ଲଭ ବେଶ କରାଯାଇଛି।
ବଡଓଷା ପାଇଁ ଭୋର ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ସମସ୍ତ ରୀତିନୀତି କରାଯାଇ ସକାଳ ଧୂପ ,ମଙ୍ଗଳାଆରତୀ, ବାଳ ଭୋଗ ଓ ଖେଚୁଡି ଲାଗି କରାଯାଇଛି। ହେଲେ କୋଭିଡ୍ କଟକଣା ପାଇଁ ଧବଳେଶ୍ଵରଙ୍କ ମନ୍ଦିର ଓ ଆଖପାଖ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଛି ।ଏହାକୁ ନେଇ ମନ୍ଦିର ପରିସର ଖାଁ ଖାଁ ପରିବେଶ ସୃଷ୍ଟି ହୋଇଥିବାବେଳେ ଭକ୍ତ ଶୂନ୍ୟ ମନ୍ଦିର ଭେଡା । ଯେଉଁଠି ଦିନେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା ଆଜି ସେହି ସ୍ଥାନ ଜନଶୂନ୍ୟ ରହିଛି ।