ଭୁବନେଶ୍ୱର( ଏସ୍ ନ୍ୟୁଜ ): ବିଧାନସଭାରେ ବାଚସ୍ପତିଙ୍କ ମାଇକ ଛିଡାଇଛନ୍ତି ବିଜେପି ବିଧାୟକ ମୋହନ ମାଝି । ବିଧାନସଭାରେ ‘ପରୀ’ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ନାରାବାଜି ଦିନକୁ ଦିନ ବଢୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏନେଇ ବିଜେପି ଓ କଂଗ୍ରେସ ସଦସ୍ୟ ଜୋରଦାର ହଙ୍ଗାମା କରୁଛନ୍ତି । ଏହାରି ମଧ୍ୟରେ ବିଧାନସଭାରେ ବାଚସ୍ପତିଙ୍କ ମାଇକ ଛିଡାଇଛନ୍ତି ବିଜେପି ବିଧାୟକ ମୋହନ ମାଝି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଛିଡାଇ ଆଣିଛନ୍ତି ମୋହନ । ଏନେଇ ଗୃହ କାର୍ଯ୍ୟକୁ ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।