୧୨ କୋଟି ଟଙ୍କାର ସୁନା ରଖିଥିଲେ କନ୍ନଡ଼ ଅଭିନେତ୍ରୀ, ଧରା ପଡ଼ିଗଲେ

ବେଙ୍ଗାଲୁରୁ: ବୁଧବାର ଦିନ ବେଙ୍ଗାଲୁରୁ ସ୍ଥିତ କେମ୍ପାଗୌଡ଼ ଆନ୍ତର୍ଜାତିକ ବିମାନ ଘାଟିରେ କନ୍ନଡ଼ ଅଭିନେତ୍ରୀ ରନ୍ୟା ରାଓଙ୍କ ନିକଟରୁ ୧୨ କୋଟି ୫୬ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ଡିଆରଆଇ ।
ଅଭିନେତ୍ରୀ ରାଓ ହେଉଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାମଚନ୍ଦ୍ର ରାଓଙ୍କର ସାବତ କନ୍ୟା । ଶ୍ରୀ ରାଓ ଏବେ କର୍ଣ୍ଣାଟକ ଷ୍ଟେଟ୍‌ ପୁଲିସ ହାଉସିଂ କର୍ପୋରେସନ୍‌ ମୁଖ୍ୟ ଭାବେ କାମ କରୁଛନ୍ତି । ଗତ କିଛିଦିନ ଧରି କର୍ଣ୍ଣାଟକରେ ଏକ ତାଲିମପ୍ରାପ୍ତ ଦଳ ଅଭିନବ ଉପାୟରେ ବେଆଇନ ସୁନା ଚାଲାଣ କରୁଥିବାର ଖବର ପୁଲିସ ଜାଣିବାକୁ ପାଇ ମାମଲାର ଖୋଳତାଡ଼ କରିଥିଲା ।