ପାଣାଜୀ: ‘ଗୁଣ୍ଡାଙ୍କ ନିକଟରୁ ପ୍ରବଳ ମାଡ଼ ଖାଇ ମୋ ସ୍ୱାମୀ ସାହାଯ୍ୟ ପାଇଁ ନମ୍ବର ୧୦୦କୁ ଡାଏଲ୍ କଲେ । ପୁଲିସ ଆସିଲେ, ମୋ ସ୍ୱାମୀଙ୍କୁ ଗୁଣ୍ଡାଙ୍କ କବଳରୁ ରକ୍ଷା କରିବା ବଦଳରେ ମିଛ ମାମଲାରେ ଥାନାକୁ ନେଇଗଲେ ।’
ଏଭଳି ଅଭିଯୋଗ କରିଛନ୍ତି ପୂର୍ବତନ ଅଭିନେତ୍ରୀ ଆୟେଶା ଟାକିଆ । ସୂଚନା ମୁତାବକ ମଙ୍ଗଳବାର ଦିନ ଗୋଆ ପୁଲିସ ମହାରାଷ୍ଟ୍ର ବିଧାୟକ ଅବୁ ଆଜମୀଙ୍କ ପୁଅ ଅବୁ ଫରହାନ୍ ଆଜମୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଶାନ୍ତିଶୃଙ୍ଖଳା ଭଙ୍ଗ ଅପରାଧରେ ଆୟେଶାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତ କରାଯାଇଛି ।