ଜୟପୁର: ବୁଧବାର ଦିନ ଜନୈକ ବ୍ୟକ୍ତିଙ୍କ ନିକଟରୁ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଲାଂଚ ବାବଦକୁ ୧୫ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଦୁର୍ନୀତି ନିବାରଣ ଅଧିକାରୀମାନେ ତାଙ୍କୁ ଧରିଛନ୍ତି ।
ଅଭିଯୁକ୍ତ ରାଜସ୍ୱ ଅଧିକାରୀଙ୍କ ନାମ ଦିନେଶ ସୈନୀ । ଅଦାଲତରେ ବିଚାରାଧୀନ ଏକ ମାମଲାରେ ସହାୟତା କରିବା ପାଇଁ ଅଭିଯୁକ୍ତ ଅଧିକାରୀ ଲାଂଚ ଦାବି କରିଥିଲେ ।
ସେ ସଂପର୍କୀତ ଅଭିଯୋଗ ପାଇବା ପରେ ରାଜସ୍ଥାନ ଦୁର୍ବୀତି ନିବାରଣ ବିଭାଗ ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।