ହାତୀ ଆକ୍ରମଣରେ ପଶୁ ଡାକ୍ତର ଦରମରା

ବାଲେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଙ୍ଗଲ ଭିତରେ ଜନୈକ ପଶୁ ଡାକ୍ତର ଏକ ଅସୁସ୍ଥ ହାତୀର ଚିକିତ୍ସା କରୁଥିବା ସମୟରେ ହାତୀ ହମ୍‌ଲାର ଶିକାର ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲାର କୁଲଡିହା ସଂରକ୍ଷିତ ଜଙ୍ଗଲ ଭିତରେ ପ୍ରବାହିତ ରିସିଆ ହ୍ରଦ କୂଳରେ ଜମା ହୋଇ ରହିଥିବା କାଦୁଅରେ ଏକ ମାଈହାତୀ ଫସି ଯାଇଥିଲା । ହାତୀଟି ତା’ର ଶକ୍ତି ମୁତାବକ ବଂଚିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ଓ କାଦୁଅରେ ଲଟପଟ ହୋଇ ପଡ଼ି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ ବନ କର୍ମଚାରୀ ଓ ପଶୁ ଡାକ୍ତର ଟିମ୍‌ । ହାତୀକୁ ଉଦ୍ଧାର କରିବା ଓ ଚିକିତ୍ସା କରିବା କାମରେ ଲାଗି ପଡ଼ିଲେ । ପଶୁ ଡାକ୍ତର ଜଣକ ଅସୁସ୍ଥ ହାତୀର ସେବା କରୁଥିବା ସମୟରେ ଗୋଟିଏ ଦନ୍ତା ତାଙ୍କ ଆଡକୁ ମାଡ଼ି ଆସିଥିଲା । ଡାକ୍ତର ଜଣକ ଯେତେ ଚେଷ୍ଟା କଲେ ମଧ୍ୟ ଦନ୍ତା କବଳରୁ ନିଜକୁ ରକ୍ଷା କରି ପାରିଲେନି ।