ମାର୍ଚ୍ଚ ୧୪ ତାରିଖରେ ସିନେମା ଘରକୁ ଫେରୁଛି ଅକ୍ଷୟ-କାଟ୍ରିନା ଅଭିନୀତ ‘ନମସ୍ତେ ଲଣ୍ଡନ’

ମୁମ୍ବାଇ: ଦୋଳ ପୂର୍ଣ୍ଣମୀ ଓ ହୋଲି ଅବସରରେ ମାର୍ଚ୍ଚ ୧୪ ତାରିଖରେ ସିନେମା ହଲକୁ ଫେରୁଛି ଅକ୍ଷୟ କୁମାର ଓ କାଟ୍ରିନା କୈଫ ଅଭିନୀତ ‘ନମସ୍ତେ ଲଣ୍ଡନ’ ।

ବିପୁଲ ଅମୃତଲାଲ ଶାହଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରଟି ୨୦୦୭ ମାର୍ଚ୍ଚରେ ମୁକ୍ତିଲାଭ କରିଥିଲା ଯାହା ସେ ସମୟରେ ବେଶ ଭଲ ରୋଜଗାର କରିଥିଲା ।
୧୭ ବର୍ଷର ବ୍ୟବଧାନ ପରେ ଉକ୍ତ ଚଳଚ୍ଚିତ୍ରଟି ପୁନର୍ବାର ଦର୍ଶକଙ୍କ ମନକୁ ମୋହିନେବ ବୋଲି ଅଭିନେତା ଅକ୍ଷୟ କୁମାର ଆଶା ରଖିଛନ୍ତି । ଅକ୍ଷୟ ଓ କାଟ୍ରିନାଙ୍କ ଯୋଡ଼ିକୁ ଏବେ ବି ଭୁଲିପାରିନାହାନ୍ତି ସିନେପ୍ରେମୀ ।