ମୁମ୍ବାଇ: ବ୍ୟାଟିଂ ଓ ବୋଲିଂ, ଦୁଇଟି ଯାକ ଫର୍ମାଟ୍ରେ ଚମକ ଦେଖାଇଛନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା । ତଥାପି ବିସିସିଆଇ ତାଙ୍କୁ ଆଇପିଏଲ୍ ୨୦୨୫ ସଂସ୍କରଣର ପ୍ରଥମ ମ୍ୟାଚ୍ ଖେଳିବାକୁ ବାରଣ କରିଛି । ଦଳକୁ ବିଜୟ ମୁକୁଟ ପିନ୍ଧାଇବାରେ ପାଣ୍ଡ୍ୟା ବେଶ ସିଦ୍ଧହସ୍ତ, ସେଭଳି ଜଣେ ଖେଳାଳିଙ୍କ ଉପରେ ବିସିସିଆଇ କଠୋର ନିଷ୍ପତି ନେବା କେତେଦୂର ଉଚିତ?
ୟା’ର ଜବାବରେ ବିସିସିଆଇ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଆଇପିଏଲ୍ ନିୟମାବଳୀକୁ ଦାୟୀ କରିଛନ୍ତି । ଉକ୍ତ ନିୟମାନୁଯାୟୀ ଯଦି ଗୋଟିଏ ଟିମ୍ ଗୋଟିଏ ସିଜିନରେ ତିନୋଟି ମ୍ୟାଚ୍ରେ ଧିମା ରେଟିଂ ପ୍ରଦର୍ଶନ କରିବ, ତେବେ ସେହି ଟିମ୍ର ଅଧିନାୟକଙ୍କୁ ଜରିମାନା ଗଣିବାକୁ ପଡ଼ିବ ନଚେତ୍ ଗୋଟିଏ ମ୍ୟାଚ୍ରୁ ବାଦ୍ ଦିଆଯିବ । ଖାସ୍ ସେହି କାରଣରୁ ତାଙ୍କୁ ଆଇପିଏଲ୍ ୨୦୨୫ ସଂସ୍କରଣର ପ୍ରଥମ ମ୍ୟାଚ୍ରୁ ବାଦ୍ ଦିଆଯାଇଛି । ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୬ କୋଟି ୩୫ ଲକ୍ଷ ଟଙ୍କା ବିନିମୟରେ ହାସଲ କରିଛି । ଆଇପିଏଲ୍ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ହାର୍ଦ୍ଦିକ ପାଣ୍ଡ୍ୟା ଆଜି ସୁଦ୍ଧା ୧୩୭ଟି ଆଇପିଏଲ୍ ମ୍ୟାଚ୍ ଖେଳି ବ୍ୟକ୍ତିଗତ ଭାବେ ୨୫୨୫ ରନ୍ କରିଛନ୍ତି ଓ ୬୪ଟି ୱିକେଟ୍ ଦଖଲ କରିଛନ୍ତି । ତା’ ସହିତ ୫ ଥର ଆଇପିଏଲ୍ ଟାଇଟଲ୍ ହାସଲ କରିଛନ୍ତି ।