ଭୁବନେଶ୍ୱର( ଏସ୍ ନ୍ୟୁଜ ): ବ୍ରହ୍ମପୁରରେ କ୍ରାଇମ୍ଇବ୍ରାଞ୍ଚର ୨ ଜଣିଆ ଟିମ ପହଁଚିଛି । ଆକାଶ ପାଠକଙ୍କ ନାଁରେ ଆସିଥିବା ଚାକିରି ଦେବା ନାଁରେ ଠକେଇ ଅଭିଯୋଗର ହେବ ତଦନ୍ତ। ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଆକାଶଙ୍କ ନାଁରେ ହୋଇଥିଲା ସାଙ୍ଘାତିକ ଅଭିଯୋଗ।
ତେବେ ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଆକାଶ ପାଠକ ଗଂଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନିମନ୍ତେ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ଯେଉଁ ଯୁବକ ଯୁବତୀ ଠକେଇର ଶିକାର ହୋଇଛନ୍ତି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଭେଟିବା ସହ ତଥ୍ୟ ସଂଗ୍ରହ କରିବ ବୋଲି ଜଣାଯାଇଛି।ଏହି କ୍ଷଲତଡ଼କୁ ନେଇ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ଜେଲ୍ରେ ଥିବା ପାଠକ ବାପ ପୁଅଙ୍କ ଅଡୁଆ ବଢ଼ି ବଢ଼ି ଚାଲିଛି।