୫ ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ କରି ୮୭ ବର୍ଷର ବୃଦ୍ଧ ଗିରଫ-shaksi news

କେନ୍ଦ୍ରାପଡ଼ା( ଏସ୍ ନ୍ୟୁଜ ): ୫ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗରେ ୮୭ ବର୍ଷର ବୃଦ୍ଧ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର,ବନ୍ଧସାହି ଗ୍ରାମର ଘଟଣା ଘଟିଥିବା ବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବିକ, ଭୂଇଁପୁର, ବନ୍ଧସାହି ଗ୍ରାମର ୮୭ ବର୍ଷ ବୟସ୍କ ଦୋକାନୀ ସୁନାକର ପାତ୍ର ଗତ ୨୩ ତାରିଖ ଦିନ ସେହିଗ୍ରାମର ୫ ବର୍ଷର ସାନ ଝିଅ ଟପି (ଛଦ୍ମନାମ)କୁ ଟେକିନେଇ ତାଙ୍କର ଦୋକାନ କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦକରି ରଖିଥିଲେ। ଏହି ସୂଚନା ପାଇବା ପରେ ପରିବାର ଓକେ ଯାଇ ଦେଖନ୍ତି ତ ତାଙ୍କର ଝିଅ କ୍ୟାବିନ ସମ୍ମୁଖରେ ବେହୋସ ହୋଇ ପଡ଼ି ରହିଥିଲା। ଝିଅକୁ ନେଇ ଘରେ ଦେଖିବା ପରେ ତାର ଶରୀରରେ ଗୁରୁତର ଆଘାତ ଲାଗିଥିଲା।

ଘଟଣା ବିଷୟରେ ଅଭିଯୁକ୍ତ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଓଲଟି ପରିବାର ଲୋକଙ୍କୁ ବିଭିନ୍ନ ଧମକ ଦେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ନାନା ଧମକଚମକ ଦେଇ ତାଙ୍କୁ ଥାନାକୁ ନ ଛାଡ଼ି ନଜରବନ୍ଦୀରେ ରଖିଥିଲେ। ଏହାପରେ ଶନିବାର ପୀଡିତାର ବାପା ଗାଁରୁ ଲୁଚିଛପି ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଆଳି ପୁଲିସ ଅଭିଯୁକ୍ତ ସୁନାକର ପାତ୍ରଙ୍କୁ ଆଜି ସକାଳୁ ଗିରଫ କରିଥିବା ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।