ଆଜି କାର୍ତ୍ତିକ ପୂର୍ଣ୍ଣିମା।-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଆଜି ପବିତ୍ର  କାର୍ତ୍ତିକ ପୂର୍ଣ୍ଣିମା।। କିନ୍ତୁ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ଲୋକଙ୍କ ଭିତରେ ସେଭଳି ଉତ୍ସାହ ଦେଖିବାକୁ ମିଳିନଥିଲା । କାରଣ କୋଭିଡ କଟକଣା ପାଇଁ ଡଙ୍ଗା ଭସାଣି ମନ ଥିବା ବେଳେ ଫିକା ପଡ଼ିଥିଲା ଭାଁ ଉତ୍ସବ ।ଏହାକୁ ଲୋକେ ଠିକ୍ ଭାବରେ ଡଙ୍ଗା ଭସାଇ ପାରି ନଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ରାଜ୍ୟର କେତେକ ସ୍ଥାନରେ ଲୋକେ ଡଙ୍ଗା ଭସାଣି କରିଥିବାର ସୂଚନା ମିଳିଛି। କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛି ବୋଇତ ବନ୍ଦାଣ। ରାଜଧାନୀ ଭୁବନେଶ୍ବର ଓ କଟକର ସମସ୍ତ ଜଳାଶୟ, ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଣି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ରାଜ୍ୟର କେତେକ ସ୍ଥାନରେ କଟକଣା ନମାନି ଲୋକେ ବୋଇତ ବନ୍ଦାଣ କରୁଥିବା ଦେଖିବାକୁ ମିଳିଛି। ଏପଟେ ଗାଇଡଲାଇନକୁ ପାଳନ କରି କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିସନରେଟ ପୁଲିସ। ଏପରିକି ଲୋକେ ଗାଇଡଲାଇନକୁ ନ ମାନିବାର ଆଶଙ୍କା କରି ସାର୍ବଜନୀନସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଭୁବନେଶ୍ବରର ବିନ୍ଦୁସାଗରରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ବାଲେଶ୍ବର ଓ ରାଉରକେଲାରେ କେତେକ ଜଳାଶୟରେ ଡଙ୍ଗା ଭସାଣି କରାଯାଇଥିବାର ସୂଚନା ମିଳିଛି।

ସେପାଟେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ।

କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରିବା ପାଇଁ ଏସ୍‌ପି କନଓ୍ୱର ବିଶାଲ ସିଂହ ଅନୁରୋଧ କରିଛନ୍ତି । ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ସମ୍ଭାବନା ଥିବାରୁ ଗାଡି ଚଳାଚଳ ଉପରେ କଟକଣା ରହିଛି ।