ପୁରୀ( ଏସ୍ ନ୍ୟୁଜ ): ପୁରୀରେ ହାଜତ ମୃତ୍ୟୁ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ।
ତେବେ ବିଚାର ବିଭାଗୀୟ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଆଗକୁ ଏନଏଚଆରସି ଯାହା ନିର୍ଦ୍ଦେଶ ଦେବ, ତାହା ମାନିବୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ ।