ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଶିବସେନାରେ ଯୋଗଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତରେ ସେ ଦଳରେ ଯୋଗଦେଇଛନ୍ତି । ସେ ଦଳରେ ଯୋଗଦେବା ପରେ ଶିବସେନା ପକ୍ଷରୁ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଉର୍ମିଳାଙ୍କୁ ମହାରାଷ୍ଟ୍ର ବିଧାନ ପରିଷଦକୁ ମନୋନୀତ କରାଯାଇଛି ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ, ମୁମ୍ବାଇ ମେୟର କିଶୋରୀ ପେଡନେକର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଉର୍ମିଳା କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଗତବର୍ଷ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ନିଜର ପ୍ରତିକ୍ରିୟାରେ ଉର୍ମିଳା କଂଗ୍ରେସ ଦଳକୁ ସମାଲୋଚନା କରିଥିଲେ ।