‘ପରୀ ପରିବାରକୁ ସୁରକ୍ଷା ଦିଅ’: ହାଇକୋର୍ଟ-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ହାଇକୋର୍ଟରେ ପରୀ ମୃତ୍ୟୁ ମାମଲାର ଶୁଣାଣି ହୋଇଛି । ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ନୟାଗଡ ଏସପିଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।

ତବେ ପରୀ ହତ୍ୟା ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ହୋଇଛି । ସିବିଆଇ ତଦନ୍ତ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ମାମଲା ହୋଇଛି । ଯାହାର ଶୁଣାଣି କରି ଆଜି ସୁରକ୍ଷା କଥା କହିଛନ୍ତି ମାନ୍ୟବର ହାଇକୋର୍ଟ ।