ସତ ମାନିଲେ ଆକାଶ ପାଠକ

ଭୁବନେଶ୍ବର( ଏସ୍ ନ୍ଯୁଜ ): ଭିଜିଲାନ୍ସ ଜେରା ବେଳେ ସତ ଓଗାଳିଛନ୍ତି ଆକାଶ । ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଏହି ସମୟରେ ଭିଜିଲାନ୍ସ ଜେରା ବେଳେ ଟାଟା ମୋଟର୍ସରେ ଚାକିରି କରିନଥିବା ସତ ସ୍ୱୀକାର କରିଛନ୍ତି ଆକାଶ । ଏହା ବ୍ୟତିତ ଚାଟାର୍ଡ ପ୍ଲେନରେ ସମ୍ପର୍କୀୟଙ୍କ ସହ ବିଦେଶ ଭ୍ରମଣ ନେଇ ମଧ୍ୟ ମାନିଛନ୍ତି ।

ତେବେ ଆକାଉଣ୍ଟରେ ଟଙ୍କା ନେଇ ବାରମ୍ବାର ବୟାନ ବଦଳାଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ଏହାକୁ ନେଇ କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଏବେ ଆକାଶଙ୍କୁ ଜେରା ଚାଲିଛି ।

ସୂଚନାଯୋଗ୍ୟ ଯେ, ଆକାଶ ନିଜକୁ ଟାଟାର ଏମଡି କହି ସ୍କାଏ କିଙ୍ଗ ସଂସ୍ଥାରୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଖାରବେଳ ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଛାନଭିନ୍ ଜାରି ରହିଛି ।