ଭୁବନେଶ୍ବର( ଏସ୍ ନ୍ଯୁଜ ): ହଜିଥିବା ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ ଚନ୍ଦ୍ର ଫେରିଛି । ବେଶଲାଗି ପରେ ନେଇଯାଇଥିଲେ ସେବାୟତ । ଏନେଇ ଖବର ପ୍ରସାରଣ ପରେ ତଦନ୍ତ ହୋଇଥିଲା । ଆଜି ସକାଳେ ବେଶ କାରିଗରଙ୍କୁ ସୂର୍ଯ୍ୟଚନ୍ଦ୍ର ଫେରାଇଛନ୍ତି ସମ୍ପୃକ୍ତ ସେବାୟତ ।
ସେବାୟତ ଫେରାଇବା ପରେ କିନ୍ତୁ ତଦନ୍ତ ଚାଲିଥିବାରୁ ତାହାକୁ ଗ୍ରହଣ କରିନାହିଁ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ବେଶକାରିଗର ବସନ୍ତ ରଣା ।
ସୂଚନାଥାଉକି, ଗତ ୨୬ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନାଗାର୍ଜ୍ଜୁନ ବେଶ ହୋଇଥିଲା । ଆଉ ସେହି ସମୟରୁ ହିଁ
ବେଶରେ ଲାଗିଥିବା ସୂର୍ଯ୍ୟ ଚନ୍ଦ୍ର ମିଳିନଥିଲା ।