ବାବୁଲି ନାୟକକୁ ପୁଣି ମାରାଥନ ଜେରା

ନୟାଗଡ଼(ଏସ୍ ନ୍ଯୁଜ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଖୋଳତାଡ଼ ଚଳାଇଛି ଏସଆଇଟି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରାଯିବା ସହିତ ତାକୁ ମାରାଥନ ଜେରା କରାଯାଇଛି।ଗତକାଲି ବାବୁଲିକୁ ଜେରା କରିବା ପରେ ଏସଆଇଟି ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି ଓ ତାର ଡ୍ରାଇଭରକୁ ନିଆଯାଉଥିବା ଜଣାପଡିଛି।

ତେବେ ବାବୁଲି ନାୟକ କାହିଁକି ପରୀଙ୍କ ପରିବାରକୁ ଆକ୍ରମଣ କରିଥିଲା, ସେ ନେଇ SIT ଖୋଳତାଡ଼ କରୁଛି। ଘଟଣା ଦିନ ବାବୁଲି ଓ ତାର ଡ୍ରାଇଭର ବିଜୟ ବେହେରା କେଉଁଠି ଥିଲେ ତାର ତନାଘନା କରାଯାଉଛି।କୁନି ଝିଅ ପରୀର ହତ୍ୟା ପଛରେ ବାବୁଲିର ହାତ ଥିବା ପରୀ ପରିବାର ଅଭିଯୋଗ କରି ଆସୁଛନ୍ତି।