ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର ପାଠକ ବାପ ଓ ପୁଅ

ଭୁବନେଶ୍ବର (ଏସ୍ ନ୍ଯୁଜ): ଶେଷ ହୋଇଛି ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କର ରିମାଣ୍ଡର ଅବଧି । ଫଳରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି ।

ପୂର୍ବରୁ ଭିଜିଲାନ୍ସର ଏସଆଇଟି ଉଭୟଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ରିମାଣ୍ଡର ଅବଧି ସରୁଥିବାରୁ ସେମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରିଛି । ଆକାଶଙ୍କ ନାମରେ ଚାକିରି ଦେବା ନାଁରେ ଅର୍ଥ ଲୁଟୁ କରିବା ମାମଲା ରୁଜୁ ହୋଇଛି । ତେବେ ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ ପିଟରଙ୍କୁ ମହାରାଷ୍ଟ୍ରର ପୁନେରୁ ଆଣି କ୍ରାଇମବ୍ରାଞ୍ଚ ଜେରା କରୁଥିବା ଜଣାପଡ଼ିଛି ।