ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର( ଏସ୍ ନ୍ଯୁଜ) : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ । ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଘୋଷଣା କରିଛନ୍ତି।

କୃଷକମାନେ ହେଲେ ଆମର ଅନ୍ନଦାତା। ସେମାନେ ହେଲେ ଆମର ଅର୍ଥନୀତିର ମେରୁଦଣ୍ଡ। କୃଷି ଆଇନକୁ ବିରୋଧ କରି ସେମାନେ ଯେଉଁ ଦାବି କରୁଛନ୍ତି, ତାହା ଯଥାର୍ଥ। ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ବନ୍ଦକୁ ସହଯୋଗ କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ପ୍ରାୟ ଏକ ସପ୍ତାହ ଧରି ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ସରକାର ଓ ଚାଷୀମାନଙ୍କ ମଧ୍ୟରେ ୫ଟି ପର୍ଯ୍ୟାୟରେ ଆଲୋଚନା ସରିଛି। ସରକାରୀ ଚାଷୀମାନଙ୍କୁ ମନାଇପାରି ନାହାନ୍ତି। ଫଳରେ ଅନ୍ଦୋଳନ ଜାରି ରହିଛି।