ଭୁବନେଶ୍ୱର( ଏସ୍ ନ୍ଯୁଜ): ପୁଅ ଆକାଶ ପାଠକ ଆମର କର୍ମଚାରୀ ନୁହେଁ। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିିଙ୍ଗ ସହ ଆମର କୌଣସି ବ୍ୟାବସାୟିକ ସଂପର୍କ ନାହିଁ ବୋଲି ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସ୍କାଏ କିଙ୍ଗ ସହିତ ଆମର କୌଣସି କାରବାର ହୋଇ ନାହିଁ। ସ୍କାଏ କିଙ୍ଗ୍ ଭାଉଚର ଉପରେ କେବେ ବି ଜିଏସ୍ଟି ଦାବି କରିନଥିଲୁ ବୋଲି ଟାଟା କହିଛି।
ସୂଚନାଯୋଗ୍ୟ, ଟାଟା କଂପାନି ସହିତ ଆଇଏଏଫ୍ ଅଭୟକାନ୍ତ ପାଠକଙ୍କ ଆକାଶ ପାଠକର ସଂପର୍କ ଅଛି କି ନାହିଁ, ଏନେଇ କମିସନରେଟ ପୁଲିସ ପକ୍ଷରୁ କଂପାନି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ଏହାର ଉତ୍ତରରେ ଏଭଳି ସ୍ପଷ୍ଟିକରଣ ଦେଇଛି ଟାଟା ମୋଟର୍ସ।
ତେବେ ବାପା-ପୁଅ ଅଭୟକାନ୍ତ ଓ ଆକାଶଙ୍କ ରିମାଣ୍ଡ ଅବଧି ଶେଷ ହୋଇଯାଇଛି। ରିମାଣ୍ଡ ଶେଷ ହେବା ପରେ ଉଭୟ ବାପା-ପୁଅ ଜେଲ ଯାଇଛନ୍ତି। ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରି ନଥିବା ନେଇ ସ୍ୱୀକାର କରିଥିଲେ ମଧ୍ୟ ଆଜି କୋର୍ଟରେ ନିଜର କଥା ବଦଳାଇଛନ୍ତି। ମୁଁ ଟାଟାରେ ଚାକିିରି କରୁଥିଲି, ଏବେ କମ୍ପାନି ମୋତେ ସାହାଯ୍ୟ କରୁନାହିଁ। ଆମ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିବା ପରେ ସବୁ ପ୍ରମାଣ ଦେବି ବୋଲି କହିଛନ୍ତି ଆକାଶ କହିଛନ୍ତି । ତେବେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟରଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।