ନୂଆଦିଲ୍ଲୀ: ଦିଲ୍ଲୀ-ହରିଆଣା ସୀମାରେ କୃଷି ଆଇନ ବିରୋଧରେ ଜାରି ରହିଛି ୧୨ ଦିନର ଚାଷୀ ଆନ୍ଦୋଳନ। ଏହି ଆନ୍ଦୋଳନରେ ହଜାର ହଜାର ଚାଷୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ସମର୍ଥନ କରିଛନ୍ତି। ଏଥିସହ ସେ ଜଣେ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଜଣେ ସେବାଦର ଭାବେ ଚାଷୀଙ୍କ ସହ ସାମିଲ ହେବାକୁ ଆସିଥିବା କେଜ୍ରିୱାଲ କହିଛନ୍ତି।
ଏହାସହ ଆଜି ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି। ଆମକୁ ସେମାନଙ୍କ ସହ ଛିଡ଼ା ହେବା ଦରକାର ବୋଲି କହି ୮ ତାରିଖ ଭାରତ ବନ୍ଦକୁ ସମର୍ଥନ କରୁଛି। ଆପର ସବୁ କର୍ମୀ ଓ ନେତା ଦେଶର ସବୁ ପ୍ରାନ୍ତରେ ଏହାକୁ ସମର୍ଥନ କରି ସଫଳ କରାଇବେ।”
ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶ ଗ୍ରହଣ କରିବା ଏହା ପ୍ରଥମ ଘଟଣା। କେଜ୍ରିୱାଲ ଚାଷୀଙ୍କ ପାଖରେ ପହଞ୍ଚି ଦିଲ୍ଲୀ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାଗୁଡ଼ିକର ଯାଞ୍ଚ କରିଛନ୍ତି। ସେ ଆନ୍ଦୋଳନ ସ୍ଥଳରୁ କହିଛନ୍ତି ଯେ “ଆମେ ଚାଷୀଙ୍କ ସବୁ ଦାବିକୁ ସମର୍ଥନ କରୁଛୁ। ସେମାନଙ୍କ ସମସ୍ୟା ଓ ଦାବି ଯର୍ଥାଥ। ମୋ ଦଳ ଓ ମୁଁ ଆରମ୍ଭରୁ ଚାଷୀମାନଙ୍କ ସହ ରହି ଆସିଛୁ।
ସେ ଆହୁରି କହିଛନ୍ତି ଯେ , ଚାଷୀମାନେ ଆନ୍ଦୋଳନ କରିବା ବେଳେ ଦିଲ୍ଲୀ ପୁଲିସ୍ ସହରରେ ଥିବା ୯ଟି ଷ୍ଟାଡିୟମକୁ ଜେଲ୍ରେ ପରିଣତ କରିବାକୁ ଅନୁମତି ମାଗିଥିଲା। ଏଥିପାଇଁ ଆମ ସରକାର ଉପରେ ଚାପ ସୃଷ୍ଟି କରାଯାଇଥିଲା। ହେଲେ ମୁଁ ଏଥିପାଇଁ ଅନୁମତି ଦେଇ ନଥିଲି। ସେବେଠାରୁ ଆମ ଦଳ, ବିଧାୟକ ଓ ନେତାମାନେ ଚାଷୀଙ୍କ ସେବାଦର ଭାବେ କାର୍ଯ୍ୟ କରୁଛନ୍ତି।