ନିମାପଡାକୁ ସବଡିଭିଜନ ମାନ୍ୟତାଦାବୀ।

ଉତ୍କର୍ଷ ନିମାପଡା କନକ୍ଳେଭ ଉଦଯାପିତ

ନିମାପଡା ସ୍ଥାନୀୟ ନୁଆ ବାରବାଟୀ ପଡିଆରେ ଚାଲିଥିବା ଦୁଇଦିନିଆ ଉତ୍କର୍ଷ ନିମାପଡା କନକ୍ଳେଭ ଉଦଯାପିତ ହୋଇଯାଇଛି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ।  ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବି  ଏବଂ ପ୍ରେସକ୍ଳବ ପକ୍ଷରୁ ନିମାପଡାକୁ ସବଡିଭିଜନ ମାନ୍ୟତା ଦେବାପାଇଁ ଦାବୀ ପତ୍ର ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।

ଏହାସହ  ଅଣ୍ଢିଆ-ପାଟପୁର ମୌଜାକୁ ଫାଇନାଲ ମୌଜା କରିବା ପାଇଁ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଂଶସା କରିଥିବା ବେଳେ ନିମାପଡା ବିକାଶରେ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଥିଲେ। ଆସନ୍ତା ଚାରିବର୍ଷ ପାଇଁ ବିକାଶର ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଥିବା ପ୍ରଭାତୀ ପରିଡା କହିବା ସହ ବର୍ଷକର ରିପୋର୍ଟ କାର୍ଡ ଜନସାଧାରଣଙ୍କ ପାଖରେ ରଖିଥିଲେ।

ଏହି ଉତ୍ସବରେ ପୁରୀ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିବା ବେଳେ ନିମାପଡା ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।  ନିମାପଡା ତହସିଲଦାର ମନୋଜ ପ୍ରଧାନ, ଏସଡିପିଓ ଜନାର୍ଦନ ପାଢ଼ୀ, ଥାନା ଅଧିକାରୀ ବାମଦେବ ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଠିକ ପରିଚାଳନା କରିଥିଲେ।ଏହି ଅବସରରେ  ବିଭିନ୍ନ କ୍ଷେତ୍ରରେ ପାରର୍ଦଶୀତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା ।