ଭୁବନେଶ୍ୱର( ଏସ୍ ନ୍ୟୁଜ ): ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ଅରୁଣ ବୋଥ୍ରା ଏବେ OSRTCର ଏମ୍ଡି ଅଛନ୍ତି। ତାଙ୍କର କୌଣସି ପୁଲିସ ପାୱାର ନାହିଁ। ସେ ତଦନ୍ତ କେମିତି କରିବେ? ତେଣୁ ସିବିଆଇକୁ ତଦନ୍ତ ଦିଆଯାଉ। SIT ତଦନ୍ତର କୌଣସି ଅସ୍ତିତ୍ୱ ନଥିବା ମଧ୍ୟ ସେ କହିଛନ୍ତି। CRPC ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ। କାରଣ ଘଟଣାରେ SITର ତଦନ୍ତ କରିବାର ଅଧିକାର ନାହିଁ। SIT ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି।
ଏଠାରେ ସୂଚନାଥାଉକି ,୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ଅଭିଯୋଗ କରି ‘ପରୀ’ର ବାପା-ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏପରିକି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆଙ୍କ ଆତ୍ମାହୁତି ଉଦ୍ୟମ କରିବା ପରେ ତମ୍ୱି ତୋଫାନ୍ ପରେ ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍ଆଇଟି ତଦନ୍ତ ଚାଲିଛି। ଆଇଜି ଅରୁଣ ବୋଥ୍ରା ଏହି ଘଟଣାର ତଦନ୍ତ କରୁଥିବା ବେଳେ ପରୀ ବାପା-ମଆ ସିବିଆଇ ତଦନ୍ତ କରିବାକୁ ଦାବି କରୁଛନ୍ତି।