ଜଟଣୀ : ପରିବେଶ ସୁରକ୍ଷା ଦିଗରେ ପ୍ରୟାସକୁ ଆହୁରି ଘନିଷ୍ଠ କରିବା ଏବଂ ପରିବେଶ ସଂରକ୍ଷଣ ପାଇଁ ଏକାଠି କାମ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ଜୁନ୫ତାରିଖରେ “ବିଶ୍ୱ ପରିବେଶ ଦିବସ” ପାଳିତ ହୋଇଯାଇଛି । ଏହି ଅବସରରେ ଜନସାଧାରଣ ମଧ୍ୟରେ ପରିବେଶ ସୁରକ୍ଷା ସଚେତନତା ସମ୍ପର୍କୀୟ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା ।
ଉତ୍କଳ ପବ୍ଲିକ୍ ସ୍କୁଲରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଖୋର୍ଦ୍ଧା ରୋଡର ଡିଭିଜନାଲ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ଶ୍ରୀମତୀ ଗୁରସିମରନ କୌର, ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଘର ସଭାନେତ୍ରୀ, ଶ୍ରୀ ପି.କେ.ବେହେରା, ଅତିରିକ୍ତ ଡିଭିଜନାଲ ରେଳ ପ୍ରବନ୍ଧକ (ଅପରେସନ୍ସ), ଶ୍ରୀ ଶୁଭ୍ରା ଜ୍ୟୋତି ମଣ୍ଡଳ, ଅତିରିକ୍ତ ଡିଭିଜନାଲ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଶାଖା ଅଧିକାରୀ ଏବଂ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଘର ସଦସ୍ୟ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ।
ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରି ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବା ପାଇଁ ଯାତ୍ରୀମାନଙ୍କୁ ପ୍ରେରଣା ଦେବା ପାଇଁ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ପିଲାମାନଙ୍କ ସହିତ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀ ଏଚ୍.ଏସ୍.ବାଜୱା, ଡିଆରଏମ/ଖୋର୍ଦ୍ଦା ରୋଡ୍, ଶ୍ରୀମତୀ ଗୁରସିମରନ୍ କୌର, ଅଧ୍ୟକ୍ଷା/ ECoRWWO ଓ ଏବଂ ଅଧିକାରୀମାନେ ଯାତ୍ରୀ ଏବଂ ବିକ୍ରେତାମାନଙ୍କୁ କପଡ଼ା/ ଝୁଟ୍ ବ୍ୟାଗ୍ ବଣ୍ଟନ କରିଥିଲେ ।
ବିଶ୍ୱ ପରିବେଶ ଦିବସ ଅବସରରେ, ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଏକ ଚିତ୍ରାଙ୍କନ ଏବଂ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ଥିଲା “ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରନ୍ତୁ”। ECoRWWO ସଭାପତି ଶ୍ରୀମତୀ ଗୁରସିମରନ କୌର ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।
ଖୋର୍ଦ୍ଧା ରୋଡ୍ ଡିଭିଜନର ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ବ୍ୟାନର ଲଗାଇ ଏବଂ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ପୂର୍ବରୁ, ଖୋର୍ଦ୍ଧା ରୋଡ୍ ଡିଭିଜନ ୨୨.୦୫.୨୦୨୫ ରୁ ୧୫ ଦିନିଆ “ବିଶ୍ୱ ପରିବେଶ ଦିବସ ଅଭିଯାନ” ଆରମ୍ଭ କରିଥିଲା । ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବା ପାଇଁ ସଚେତନତା ଅଭିଯାନ ସମୟରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ବିଶ୍ୱ ପରିବେଶ ଦିବସର ସମସ୍ତ କାର୍ଯ୍ୟକ୍ରମ ଏବଂ ଅଭିଯାନଗୁଡ଼ିକ ବରିଷ୍ଠ ବିଭାଗୀୟ ମେକାନିକାଲ୍ ଇଞ୍ଜିନିୟର ଶ୍ରୀ ଲିଙ୍ଗରାଜ ତ୍ରିପାଠୀଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ୍ ଡିଭିଜନର ମେକାନିକାଲ୍ ବିଭାଗର ପରିବେଶ ଏବଂ ଗୃହରକ୍ଷଣ ପରିଚାଳନା (ENHM) ଶାଖା ଦ୍ୱାରା ଆରମ୍ଭ କରାଯାଇଥିଲା ।